ବନ୍ଦ ଘରୁ ଯୁବକର ମୃତ ଦେହ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍ଭିଏସଏସ ନଗର ଅଞ୍ଚଳରେ ଚାଞ୍ଚଲ୍ୟ କର ଘଟଣା। ବନ୍ଦ ଘର  ଭିତରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛିି। ଯୁବକ ଜଣଙ୍କର ମୁଣ୍ଡ ଓ ଆଖିରେ ଆଘାତ ଲାଗିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଯୁବକ ଜଣଙ୍କ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ।

ସେ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ପରିବାର ପକ୍ଷର ଅଭିଯୋଗ କ୍ରମେ ସେ ରାଜ୍ୟ ସଂଗ୍ରହାଳୟରେ କାମ କରିବା ବେଳେ ତାଙ୍କର ସେଠାକାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ସେମାନେ କୋର୍ଟରେ ମ୍ୟାରେଜ୍‌ କରିଥିଲେ।

ଏ ବିବାହକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଏହି ବିବାଦ ଯୋଗୁଁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର  ଲୋକେ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।