ରେଳପଥ କଡ଼ ଡ୍ରେନ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମୁରା ଥାନା ଫାୟାର ଷ୍ଟେସନ ନିକଟରେ ସମ୍ବଲପୁର-ଅନୁଗୁଳ ରେଳପଥ ଡ୍ରେନରୁ ଶନିବାର ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ଯୁଯୁମୁରା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି। ମୃତକ ଜଣଙ୍କ କେନ୍ଦୁଝର ଜିଲ୍ଲା ତରେଇର ସୁଶାନ୍ତ ପଧାନ(୨୫) ବୋଲି ଜଣାଯାଇଛି ।

ସେ ସୁରାଟରୁ ଫେରୁଥିବା ସମୟରେ ଟ୍ରେନରୁ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ତାଙ୍କ ପ୍ୟାଣ୍ଟ ପକେଟରୁ ମିଳିଥିବା ଟିକଟ ୧୭ତାରିଖ ରାତିରେ ସୁରାଟର ବଲ୍ଲାଦରୁ ଅନଗୁଳ ପର୍ୟ୍ୟନ୍ତ ହୋଇଥିବା ଜଣାପଡ଼ିଛି । ପୁଲିସ ମୃତ ଦେହକୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ଜଣାଯାଇଛି ।