କାଠଯୋଡିକୁ ଡ଼େଇଁ ନିଖୋଜ ଥିବା ଯୁବକର ମୃତ ଦେହ ଉଦ୍ଧାର

କଟକ,ଏନ୍‍ଏନ୍‍ଏସ୍‍: ଗତକାଲି ସନ୍ଧ୍ୟାରେ କାଠଯୋଡି ବ୍ରିଜରୁ ନଦୀକୁ ଡେଇଁ ପଡ଼ିଥିବା ଯୁବକର ମୃତ ଦେହ ବୁଧବାର ଉଦ୍ଧାର ହୋଇଛି। ତେବେ ବ୍ରିଜ ଉପରେ ଯୁବକ ଜଣଙ୍କ ପ୍ରଥମେ ନିଜର ବାଇକ, ହେଲମେଟ ଓ ମୋବାଇଲ ରଖି ନଦୀକୁ ଡେଇଁ ପଡିଥିଲେ । ଏନେଇ ମଙ୍ଗଳବାର ରାତ୍ରିରୁ ଓଡ୍ରାଫ ଟିମ ଖୋଜାଖୋଜି ଜାରି ରଖିଥିଲା। ଏହି ପରିପ୍ରେକ୍ଷୀରେ ଘଟଣାସ୍ଥଳରେ ବାରଙ୍ଗ ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମିଳିତ ସର୍ଚ୍ଚ ଅପରେସନ କରିଥିଲେ । ତେବେ ଦୀର୍ଘ ୧୨ଘଣ୍ଟା ପରେ ଯୁବକର ମୃତ ଦେହ ଠାବ କରାଯାଇଛି।

ସୂଚନା ଅନୁଯାୟୀ କଟକ ତ୍ରିଶୂଳିଆ ବ୍ରିଜ ଉପରୁ ଆଉ ଏକ ଯୁବକ କାଠଯୋଡ଼ି ନଦୀକୁ ଡେ଼ଇଁ ପଡ଼ି ନିଖୋଜ ହୋଇଥିବା ଜଣାପଡ଼ିଛି । ଓଡ଼୍ରାଫ ଏବଂ ଅଗ୍ନିଶମ ସଂସ୍ଥା ତାଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ଅଛନ୍ତି । ସେ ଭୁବନେଶ୍ୱର ଆସୁଥିଲା ବେଳେ ତାଙ୍କ ଗାଡ଼ି ଓ ମୋବାଇଲକୁ ବ୍ରିଜ ଉପରେ ରଖି ନଦୀକୁ ଡେଇଁପଡ଼ିଥିଲେ । ସମ୍ପୃକ୍ତ ଯୁବକଙ୍କ ନାମ ଦେବ ବ୍ରତ ମାଝୀ । ତାଙ୍କ ଘର ଭୁବନେଶ୍ୱରସ୍ଥ ପଟିଆ ନିକଟସ୍ଥ ଗାଢ଼କଣରେ । ସେ କିଛିଦିନ ହେବ ମାନସିକ ଚାପରେ ରହିଥିଲେ।