ସରକାରୀ କ୍ୱାର୍ଟର୍ସ ପାଣି ଟାଙ୍କିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ୟୁନିଟ- ୯ ସରକାରୀ କ୍ୱାର୍ଟର୍ସର ପାଣିଟାଙ୍କିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ବିଜୟ ରଞ୍ଜନ ଜେନା(୧୯)।

ସୂଚନା ଅନୁଯାୟୀ ଉକ୍ତ ଯୁବକ ପୂର୍ବରୁ ମାନସିକ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କର ଚିକିତ୍ସା ଚାଲିଥିଲା। ରୋଗ ଭଲ ହେବା ପରେ କିଛିମାସ ତଳେ ସେ ଘରକୁ ଆସିଥିଲେ। ଗୁରୁବାର ସକାଳୁ ସେ କୌଣସି କାରଣରୁ ଛାତ ଉପରକୁ ଯାଇଥିଲେ। ପରେ ପରିବାର ଲୋକେ ଏକ ଶବ୍ଦ ଶୁଣି ଉପରକୁ ଯାଇଥିବାବେଳେ ବିଜୟଙ୍କ ମୃତ ଦେହ ପାଣିରେ ଭାସୁଥିବା ଦେଖିଥିଲେ। ଏ ନେଇ ବାପା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।