ଘରୋଇ କଳହରୁ ରାସ୍ତାରେ ଯୁବକଙ୍କୁ ପୋଡ଼ି ଦେଲେ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କେନ୍ଦୁସାହିରେ ଜଣେ ଯୁବକଙ୍କୁ ରାସ୍ତାରେ ବାନ୍ଧି ପେଟ୍ରୋଲ ଢ଼ାଳି ପୋଡ଼ି ମାରିଦେବା ଭଳି ଜଘନ୍ୟ ଘଟଣା ଏବେ  ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ସନ୍ଧ୍ୟାରେ କେନ୍ଦୁସାହି ଗାଁ ଦାଣ୍ଡରେ ଏକ ଶାବଳ ପୋତି ସେଥିରେ ଗାଁର ରାଜକିଶୋର ପ୍ରଧାନ(୨୫)ଙ୍କୁ ବାନ୍ଧି କିଛି ସମ୍ପର୍କୀୟ ପେଟ୍ରୋଲ ଢ଼ାଳି ନିଆ ଲଗାଇ ଦେଇଥିଲେ। ଖବରପାଇ ହଣ୍ଡପା ପୁଲିସ ଘଟରାସ୍ଥଳରେ ପହଞ୍ଚି ରାଜକିଶୋରଙ୍କୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ପ୍ରକାଶ ଯେ, ରାଜକିଶୋର ନିୟମିତ ମଦ୍ୟପାନକରି ଘରେ ଗଣ୍ଡଗୋଳ କରୁଥିଲେ। ଏଥିରେ ଅସହ୍ୟ ହୋଇପଡ଼ିଥିଲେ ପରିବାରଲୋକ। ତେଣୁ କିଛି ସମ୍ପର୍କୀୟ ତାଙ୍କୁ ପୋଡ଼ିଦେଇଥିବା ପୁଲିସ କହିଛି।