ଖଟିଆରେ ବୁହାହେଲା ଶବ

ଖଜୁରିପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଅଞ୍ଚଳରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଣାୟ ଗାଡ଼ି ନମିଳିବାରୁ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲା ଶବ । ସୂଚନା ଅନୁସାରେ, ଆଜି ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗଞ୍ଜୁଗୁଡ଼ା ଗ୍ରାମର ଧନମତି ମଲିକଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଖଜୁରିପଡ଼ା ଡ଼ାକ୍ତରଖାନାରେ ମହାପ୍ରଣାୟ ଗାଡ଼ିର ନଥିବା ବେଳେ ଶବକୁ କୌଣସି ଭଡ଼ାଗାଡ଼ିରେ ନେବା ପାଇଁ ମଧ୍ୟ ପରିବାର ପାଖରେ ନଥିଲା ଟଙ୍କା। ଏଭଳି ସ୍ଥଳେ ଲକଡ଼ାଉନ୍ ଯୋଗୁଁ ମଧ୍ୟ କୌଣସି ପ୍ରକାର ଯାନ ବାହାନ ଚଳାଚଳ କରୁନଥିବା ଯୋଗୁଁ କାହାକୁ ସହଯୋଗ ପାଇଁ ମଧ୍ୟ ନିବେଦନ କରିପାରିନଥିଲେ ପରିବାର ଲୋକେ। ସବୁପ୍ରକାର ଚେଷ୍ଟା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ନିଜ ଗ୍ରାମକୁ ଯାଇ ଏକ ଖଟିଆ ଆଣି ମେଡିକାଲରୁ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଶବ ବୋହି ନିଜ ଗ୍ରାମକୁ ନେଇଥିଲେ।