କୁଅରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

କୋଟପାଡ଼,ଏନ୍ଏନ୍ଏସ୍: କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବଣ୍ଡାଗୁଡାର ବାସୁଗୁଡାରେ ଏକ କୁଅରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି। ମୃତଦେହ ବାସୁଗୁଡାର ପବନ ଦଣ୍ଡସେନା(୪୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ,ବାସୁଗୁଡାର ଜୈନିକ ବ୍ୟକ୍ତିଙ୍କ କୁଅରେ ଏକ ମୃତଦେହ ଭାଶୁଥିବା ସ୍ଥାନୀୟ ଲୋକେ ଗୁରୁବାର ସକାଳେ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କୋଟପାଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁଅରୁ ମୃତଦେହ ବାହାର କରିଥିଲେ। ପବନର ମୃତଦେହ ଅର୍ଦ୍ଧାଧିକ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇପାରେ ବୋଲି ପୁଲିସ୍ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।