ଦୁର୍ଘଟଣାରେ ଛାତ୍ର ବିଜେଡି ଉପସଭାପତିଙ୍କ ମୃତ୍ୟୁ

ବଲାଙ୍ଗୀର,ଏନ୍ଏନ୍ଏସ୍: ବଲାଙ୍ଗୀର ସହର ଭିତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସଡକ ଦୁର୍ଘଟଣାରେ ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ବୁଲୁ ଓରଫ ଉମାକାନ୍ତ ସେଠଙ୍କର ମୃତ୍ୟୁ ହୋଇଛି । ବୁଲୁ ନିଜ ବାଇକରେ କୌଣସି କାମରେ ଆରଟିଓ କାର୍ଯ୍ୟାଳୟକୁ ନିଜ ବାଇକରେ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରୁ ଗୁରତୁର ଅବସ୍ଥାରେ ଉଦ୍ଧାର କରାଯାଇ ବୁଲୁଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଲୁଙ୍କ ମୃତ୍ୟୁରେ ବିଜେଡି ମହଲ ତଥା ସହରରେ ଶୋକର ଛାୟା ଖେଳାଇ ଯାଇଛି ।