ଟ୍ରାଫିକ୍ ଡିସିପି ଭାବେ ସାଗରିକାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୨୫।୮/ଏନ୍ଏନ୍ଏସ୍: ଦବଙ୍ଗ ଲେଡ଼ି ପୁଲିସ ଅଫିସର ଭାବେ ପରିଚିତ ସାଗରିକା ନାଥ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସାଗରିକା ଦାୟିତ୍ୱ ନେବା ପରେ ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍ ପରିଚଳନାରେ ଏକ ବଡ଼ ଧରଣର ପରିବର୍ତ୍ତନ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସୋମବାରଠାରୁ ଡିସିପି ସାଗରିକା ରାଜଧାନୀ ରାଜସ୍ତାକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ଫଳରେ ଲୋକେ ତଥା ଗାଡି ଚାଳକଙ୍କ ମନରେ ଛନକା ପଶି ଯାଇଛି ।
୨୦୧୬ ବ୍ୟାଚ୍ର ଏହି ଲେଡି ଅଫିସରଙ୍କ ଘର ଅନୁଗୁଳରେ ହୋଇଥିବାବେଳେ ତାଙ୍କର ପିଲାବେଳ କୋରାପୁଟରେ କଟିଥିଲା । ସେ ଭୁବନେଶ୍ୱରରୁ ଇଞ୍ଜିନିୟରିଂ ପାସ୍ କରିବା ପରେ ଆଇପିଏସ ପାଇଁ ପ୍ରସ୍ତୁତ ହୋଇଥିଲେ । ଆଇପିଏସ୍ ପାଇବା ପରେ ପ୍ରଥମେ ସେ ବୋରିଗୁମା ଏସ୍ଡିପିଓ ଓ ପରେ ଜୟପୁର ଏସ୍ଡିପିଓ ଭାବେ ଅବସ୍ଥାପିତ ହୋଇଥିଲେ । ଏହି ସମୟରେ ତାଙ୍କର କାରର୍ଯ୍ୟଦକ୍ଷତା ସମଗ୍ର ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା । ରୋଡରୋମିଓଙ୍କୁ ସାବାଡ କରିବା ସହ ଗଞ୍ଜେଇ ବେପାରିଙ୍କୁ ଧରି ସେ ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ ।