୧୨ ବର୍ଷର ପିଲାଙ୍କ ପାଇଁ କୋଭାଭାକ୍ସ ଟିକାକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି: ସିରମ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ବାରା ୧୨ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା କୋଭିଡ ୧୯ ଟିକା କୋଭାଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛି।

ବୈଶ୍ବୟିକସ୍ତରରେ ଏହି ଟିକାର ପରୀକ୍ଷଣ ହୋଇଥିବା ବେଳେ ଏହା ୯୦ ପ୍ରତିଶତ ଫଳପ୍ରଦ ହୋଇପାରିଛି। ଏନେଇ ସିରମ୍ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଆଦର ପୁନାଓ୍ବାଲ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ ଏହି ଟିକାକୁ ୧୨ରୁ ୧୭ ବର୍ଷ ବୟସ ପିଲାଙ୍କ ଠାରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି।