ପିଲାଙ୍କ ଟିକା ଟ୍ରାଏଲକୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ,ଏଜେନ୍ସି: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) କୋଭାକ୍ସିନ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଗୁରୁବାର ଅନୁମୋଦନ କରିଛି। ୨ ରୁ ୧୮ ବର୍ଷ ପିଲାଙ୍କ ଉପରେ ଏହି ଟ୍ରାଏଲ ହେବ। ଭାରତ ବାୟୋଟେକ ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି କ୍ଲିନିକାଲ ଟ୍ରାଏଲ କରିବ।

ମଙ୍ଗଳବାର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)ରେ ଏନେଇ ବିଚାର ବିମର୍ଷ ହୋଇଥିଲା। ବିସ୍ତୃତ ଆଲୋଚନା ପରେ କମିଟି କିଛି ସର୍ତ୍ତ ଆଧାରରେ ଏହି କ୍ଲିନିକାଲ ଟ୍ରାଏଲ ପାଇଁ ସୁପାରିଶ କରିଥିଲା। ସୂଚନାଥାଉ କି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ସହଯୋଗରେ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ସ୍ୱଦେଶୀ ଟିକା କୋଭାକ୍ସିନ ବର୍ତ୍ତମାନ ବୟସ୍କମାନଙ୍କୁ ଦିଆଯାଉଛି।