ଲଗାଣ ବର୍ଷାରେ ଭୁଶୁଡିଲା କଲେଜ କାନ୍ଥ

ଖୋର୍ଦ୍ଧା, ଏନ୍ଏନ୍ଏସ୍: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଥିବା କ୍ଷେତ୍ରବାସୀ ଡିଏଭ କଲେଜ ଘର କାନ୍ଥ ଭୁଶୁଡି ପଡିଛି। ଶ୍ରେଣୀ ଗୃହରେ ଟେବୁଲ, ବେଞ୍ଚ ସହିତ ଅନ୍ୟାନ୍ୟ କାଠ ସାମଗ୍ରୀ ଥିଲା। ଘରର କାନ୍ଥଟି ରାସ୍ତା ଉପରକୁ ଭାଙ୍ଗିପଡିଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।