ଝିଅର ବର୍ବରକାଣ୍ଡ : ବାପାକୁ ହତ୍ୟା କରି ରାସ୍ତାକୁ ଫିଙ୍ଗିଲା

ଅଜମେର : ଅଜମେରର ଆଦର୍ଶନଗର ଥାନା ଅଧିନସ୍ଥ ବିଜ୍ଞାନ ନଗରରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଯାଇଛି। ବାପାକୁ ହତ୍ୟା କରି ମୃତଦେହ ରାସ୍ତାକୁ ଫିଙ୍ଗି ଦେଇଛି ଝିଅ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳ​‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାକାଣ୍ଡକୁ ସଡକ ଦୁର୍ଘଟଣାର ରୂପ ଦେଉଥିବା ଅଭିଯୁକ୍ତ ଝିଅକୁ ପୁଲିସ ଗିରଫ କରିଛି । ପୁଲିସ ନିକଟରେ ମଧ୍ୟ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି।

ସୂଚନା ଅନୁଯାୟୀ, ମୃତକ ଏକ କାରଖାନାରେ ସୁରକ୍ଷାକର୍ମୀ ବା ସିକ୍ୟୁରିଟି ଗାର୍ଡ ଭା​‌ବେ କାର୍ୟ୍ୟ କରନ୍ତି । ସେ ସବୁ ଦିନ ମଦ ପିଇ ଘରକୁ ଫେରନ୍ତି । ଏହାକୁ ନେଇ ଘରେ ସବୁବେଳେ ପାଟି ତୁଣ୍ଡ ଲାଗି ରହେ। ହତ୍ୟାକାଣ୍ଡ ଦିନ ମଧ୍ୟ ଠିକ୍ ସେଭଳି ଘଟଣା ଘଟିଥିଲା । ମଦ ପିଇବା ଘଟଣାକୁ ନେଇ ଉଭୟ ବାପା ଓ ଝିଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଝିଅ ରାଗିଣୀ ନିଜ ବାପାଙ୍କୁ ହତ୍ୟା କରିଥିଲା । ନିଜ ମୁଣ୍ଡରୁ ଦୋଷ ଖାସାଇବା ପାଇଁ ବାପାଙ୍କ ମୃତଦେହକୁ ନେଇ ରାଗାଣୀ ରାସ୍ତାରେ ପକାଇ ଏହାକୁ ସଡକ ଦୁର୍ଘଟଣାର ରୂପ ଦେଇଥିଲା । ପରେ ଘରକୁ ଫେରି ଆସି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା।