ସୋନିଆ ଓ ମନମୋହନ କଲେ ରାବଣର ଦହନ !

ନୂଆଦିଲ୍ଲୀ: ଶ୍ରୀ ଧାର୍ମିକ ରାମଲୀଳା କମିଟି ଦ୍ୱାରା ଆୟୋଜିତ ରାବଣ ପୋଡି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେଇ ରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ମୁଣ୍ଡରେ ତିଳକ ଲଗାଇଥିଲେ । ଆଉ ଶେଷରେ ତୀର ଧରି ରାବଣକୁ ପୋଡି ଆନୁଷ୍ଠନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସୋନିଆ ଗାନ୍ଧୀ ସମଗ୍ର ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଥିଲେ । ଧର୍ମର ଜୟ ହେବା ସହ ସମସ୍ତଙ୍କର ସୁଖ ସମୃଦ୍ଧି ହେଉ ବୋଲି ସେ କାମନା କରିଥିଲେ ।

ପ୍ରକାଶ ଥାଉକି, ପରିବେଶର ସୁରକ୍ଷା, ପ୍ରଦ୍ୟୁଷଣ ପ୍ଲାଷ୍ଟିକ ମୁକ୍ତକୁ ନେଇ ଏଠାରେ ହୋଇଥିବା ରାବଣ ପୋଡିରେ କମ୍ ଶବ୍ଦ ଯୁକ୍ତ ବାଣର ବ୍ୟବହାର କରାଯାଇଥିଲା ।