ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ତାରଙ୍ଗ ପଞ୍ଚାୟତ ସିନ୍ଦୁରକଲିସ୍ଥିତ ସଞ୍ଜିବନୀ କ୍ଷେତ୍ର ପାଇଁ ତାଳଚେର ନିକଟସ୍ଥ ହଂସମୂଳ ଗ୍ରାମରେ ଶ୍ରୀବିଗ୍ରହ ପାଇଁ ଦାରୁ ଚିହ୍ନଟ କରାଯାଇ ଗତ ୩ ଦିନ ଷୋଡ଼ଶ ଉପଚାରରେ ଯଜ୍ଞ କରାଯାଇ ଦାରୁକୁ ଛେଦନ କରାଯାଇ ଶଗଡ଼ ଗାଡ଼ିରେ ସଞ୍ଜିବନୀ କ୍ଷେତ୍ର ଆଡ଼କୁ ଅଗ୍ରସର ହୋଇଥିଲା । ଶଗଡ଼ ଗାଡ଼ିରେ ଦାରୁ ଆସିବାବେଳେ ବାଗିଡ଼ିଆ, ଖମାର, ବାଟଗାଁ, ତୁଙ୍ଗାମାଳ, ନାକଟିଦେଉଳ ଓ ଚନ୍ଦ୍ରପୁର ଗ୍ରାମର ଜନସାଧାରଣ ଦ୍ୱୀପ ପ୍ରଜ୍ଜ୍ୱଳନ ସହ ପୂଜାର୍ଚ୍ଚନା କରି ହୁଳହୁଳି ଦେଇ ପ୍ରାର୍ଥନା କରିଥିଲେ । ସଞ୍ଜିବନୀ କ୍ଷେତ୍ରରେ ଦାରୁ ପହଞ୍ଚିବା ପରେ ୨ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଯୋଗଦେଇ ଦାରୁକୁ ଶଗଡ଼ ଗାଡିରୁ ଓହ୍ଲାଇ ଏକ ସ୍ୱତନ୍ତ୍ର ଗୃହରେ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୌମ୍ୟରଞ୍ଜନ ତ୍ରିପାଠୀ, ଗୌରୀ ଶଙ୍କର ପଣ୍ଡା, ଅଜିତ ଦାଶ, ରାଜୁ ମିଶ୍ର, ଲକ୍ଷ୍ମୀଧର ନନ୍ଦ, ସଞ୍ଜିବ କୁମାର ମିଶ୍ର, ଚମ୍ପେଶ୍ୱର ହୋତା, ଗଣେଶ୍ୱର ମିଶ୍ର ଓ ଶଙ୍କର୍ଷଣ ଦାଶ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲେ । ସଞ୍ଜିବ କୁମାର ସାହୁ, ସୂର୍ଯ୍ୟ କୁମାର ସାହୁ, ସମୀର କୁମାର ସାହୁ, ରୁଦ୍ର ମୋହନ ସାହୁ ଓ ସୁନିଲ କୁମାର ସାହୁ ସେବାୟତ ଦାୟିତ୍ୱ ସମ୍ପାଦନ କରିଥିଲେ । ହଂସମୂଳ ଗ୍ରାମସ୍ଥିତ ଦାରୁ ଛେଦନ ସମୟରେ ତାଳଚେର ମାନ୍ୟବର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ସୁମିତ୍ରା ସାହୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ମଳେହିପଡ଼ା ସମିତି ସଭ୍ୟ ମୁନସୁନ କୁମାର ନାୟକଙ୍କ ତତ୍ୱାବଧାନରେ ସଞ୍ଜିବନୀ କ୍ଷେତ୍ରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସୁଶାନ୍ତ ବିଶ୍ୱାଳ, ସଞ୍ଜିବ ସାହୁ, ଶ୍ରୀପତି ସାହୁ, ସରୋଜ ପ୍ରଧାନ ଓ ଲୁଲଙ୍ଗ ପଞ୍ଚାୟତ ସମିତି ସଭ୍ୟ ପ୍ରଣବ କୁମାର ଦେବ ସହଯୋଗ କରିଥିଲେ ।