ଡାର୍କ ରୋମାଣ୍ଟିକ ଫିଲ୍ମରେ ଦୀପିକା

ଦୀପିକା ପାଦୁକୋଣ ଗତ ବର୍ଷ ରଣବୀର ସିଂହ ଙ୍କୁ ବିବାହ କରିଥିଲେ। ବିବାହ ପରେ ଦୀପିକା ପୁଣି ଥରେ ନିଜ କାମରେ ବ୍ୟସ୍ତ ଥିବାର ଦେଖାଯାଉଛି। ଏ ବର୍ଷ ସେ ଫିଲ୍ମ ‘ଛପାକ’ ଓ କପିଲ ଦେବଙ୍କ ବାୟୋପିକ ‘୮୩’ ରେ କାମ କରିଛନ୍ତି। ଏହା ସହିତ ସେ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ନିକଟରେ ଦିପିକା ମାମି ମୁଭି ମେଲା ୨୦୧୯ ରେ ଭାଗ ନେଇଥିଲେ। ସେ ସମୟରେ ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି ଏବେ ତାଙ୍କୁ ଏକ ନୂଆ ଫିଲ୍ମ ମିଳିଛି ଯାହାର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ଏହା ଏକ ଡ଼ାର୍କ ଫିଲ୍ମ କିନ୍ତୁ ଏକ ରୋମାଣ୍ଟିକ ଲଭ ଷ୍ଟୋରୀ। ଫିଲ୍ମ ଓ ତାର ନିର୍ଦ୍ଦେଶକଙ୍କ ବିଷୟରେ ବିଶେଷ ଖବର ମିଳିପାରି ନାହିଁ।

କପିଲ ଦେବଙ୍କ ବାୟୋପିକ ଫିଲ୍ମ ‘୮୩’ ରେ ସେ ରଣବୀର ସିଂହ ଙ୍କ ସହିତ ଅଭିନୟ କରୁଛନ୍ତି। ଏଥିରେ ସେ କପିଲ ଦେବଙ୍କ ପତ୍ନୀ ରୋମୀ ଦେବଙ୍କ ଭୁମିକାରେ ଅଭିନୟ କରିବେ। ସେଟ୍ରେ ରଣବୀରଙ୍କ ସହିତ ନିଜର କାମ ବିଷୟରେ ସେ କହିଛନ୍ତି ଯେ ସେ କେବେ ବି ନିଜର ବ୍ୟକ୍ତିଗତ ଜୀବନକୁ ତାଙ୍କର ପ୍ରଫେସନାଲ ଲାଇଫ୍ ମଧ୍ୟକୁ ଆଣନ୍ତି ନାହିଁ। ସେ ସେଟ୍ ରେ ରଣବୀରଙ୍କ ଠାରୁ ଦୂରରେ ରୁହନ୍ତି। ସୁଟିଂ ସେଟ୍ ରେ ସେ କେବଳ ତାଙ୍କ ରୋଲ ଉପରେ ଧ୍ୟାନ ଦିଅନ୍ତି।