ଦାରିଙ୍ଗବାଡ଼ି ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭିମନ୍ୟୁ ବେହେରା

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ବ୍ଲକର ନୂତନ ବିଡିଓ ଭାବରେ ଅଭିମନ୍ୟୁ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାରିଙ୍ଗବାଡ଼ିରେ କାର୍ଯ୍ୟରତ ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ.ଷଡ଼ଙ୍ଗୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରମିଶନ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାରେ କୋଭିଡ ଡ୍ୟୁଟି ପାଇଁ ନିଯୁକ୍ତ କରାଯାଇଛି। ନୂତନ ବିଡିଓ ଅଭିମନ୍ୟୁ ବେହେରା ଟିକାବାଲି ବ୍ଲକର ତହସିଲଦାର ଭାବେ କାର୍ଯ୍ୟରତ ଥିବାବେଳେ ଆଜି ସେ ଦାରିଙ୍ଗବାଡ଼ି ବିଡିଓ ଭାବେ ଯୋଗ ଦେଇଛନ୍ତି । ଯୋଗ ଦେବାପରେ ସେ ବ୍ଲକରେ କୋଭିଡ ମୁକାବିଲା ନେଇ ପରିଚାଳନା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ। ଏଥିସହିତ ଅଞ୍ଚଳବାସୀ କରୋନା ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନକୁ ମାନିବାକୁ ଅନୁରୋଧ କରିଛନ୍ତି । ବ୍ଲକ କାର୍ଯ୍ୟାଳୟ ତରଫରୁ ଏପିଓ ତ୍ରିନାଥ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରା, କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, ଧୀରେନ ସେଠୀ, ସୁଶାନ୍ତ ପ୍ରଧାନ ଓ ବିଭୁତିଭୂଷଣ ସାହୁ କୁଳମଣି ବେହେରା ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ।