ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭୀଡ, ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଜିଲ୍ଲାରାଜ୍ୟ By Nitidin Last updated Nov 13, 2019 Share ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଓଡ଼ିଶାର କାଶ୍ମିର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ବର୍ତ୍ତମାନ ତାପମାତ୍ରା ୧୦ଡିଗ୍ରୀକୁ ଖସି ଆସିଛି। ମଙ୍ଗଳବାର ରାତି ଠାରୁ ଏଠାରେ ଅସହ୍ୟ ଶୀତ ଅନୁଭୂତି ହୋଇଛି। ସୂଚନା ଅନୁସାରେ ଗତକାଲି ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା ସୁଦ୍ଧା ଏହା ହ୍ରାସ ପାଇ ୧୦ ଡିଗ୍ରୀରେ ପହଞ୍ଚିଛି। ଗତ କିଛିଦିନ ହେଲା ପାଗ ମେଘୁଆ ରହିବା ସହ ଦିନରେ ହାଲକା ଭାବେ କୋହଲା ପବନ ମଧ୍ୟ ବୋହୁଛି। ଫଳରେ ଦିନ ରାତି ପାଖାପାଖି ସମାନ ତାପମାତ୍ରା ରହୁଛି। ସେହିପରି ସକାଳୁଆ କୁହୁଡ଼ି ମଧ୍ୟ ଅବ୍ୟାହତ ରହିଛି। ଫଳରେ ଅଞ୍ଚଳରେ ଶୀତର ମଜା ନେବାକୁ ପର୍ୟ୍ୟଟକଙ୍କ ମଧ୍ୟରେ ଉତ୍ସାହ ଫେରିଛି । ପର୍ୟ୍ୟଟକମାନେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମାଇଛନ୍ତିା ବିଶେଷ କରି ସକାଳୁ ହିଲଭିୟୁ ପାର୍କର ୱାଚ ଟାୱାର ଓ ସାଇଲେଣ୍ଟ ଭ୍ୟାଲି ଉପରେ ଠିଆ ହୋଇ ସୂର୍ୟ୍ୟ ଉଦୟ ଏବଂ ସନ୍ଧ୍ୟାରେ ସୂର୍ୟ୍ୟାସ୍ତ ଦେଖିବାକୁ ଭିଡ଼ ହେଉଛି। ସେହିପରି ଶୀତ ଦାଉରୁ ରକ୍ଷା ପାଇଁ ସନ୍ଧ୍ୟା ସକାଳେ ଲୋକେ ନିଆଁ ପୁଉଁଥିବା ଦେଖିବାକୁୂ ମିଳିଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳକୁ ଖସିବ ବୋଲି ବିଭାଗୀୟ କାର୍ୟ୍ୟାଳୟ ତରଫରୁ ସୂଚନା ମିଳିଛି। Share