ଫୁଲବାଣୀ,ଏନ୍ଏନ୍ଏସ୍: କଂଗ୍ରେସ ତରଫରୁ ଆଜି ଦାରିଙ୍ଗବାଡି ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜି ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ କରି କଂଗ୍ରେସ ବନ୍ଦ ପାଳନ କରୁଛି। ଏହା ପ୍ରଭାବରେ ଦାରିଙ୍ଗବାଡ଼ିରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ଠପ ହୋଇଯାଇଛି।
ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି। କଂଗ୍ରେସ କର୍ମୀ ୪ ଛକରେ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ନାରାବାଜି କରିବା ସହ ବେଆଇନ କୋଠା ନିର୍ମାଣ କରିଥିବା ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ଦାରିଙ୍ଗବାଡ଼ିରେ ପୁଲିସ୍ ତରଫରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।