ଦାରା ସିଂର ସହଯୋଗୀ ଗିରଫ, ୨୦ ବର୍ଷ ପରେ ଅଭିଯୁକ୍ତ ଧରାପଡ଼ିଲା

ବାରିପଦା,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା ମାମଲାର ଶନିବାର ସିବିଆଇ ଅନ୍ୟଏକ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏହି ଘଟଣାକୁ ୨୦ ବର୍ଷ ବିତିଥିଲାବେଳେ ଏହି ଘଟଣାରେ ସିବିଆଇ ଅନ୍ୟଏକ ଅଭିଯୁକ୍ତ ବୁଦ୍ଧଦେବ ନାଏକ(୪୫)କୁ ସିବିଆଇ ଗିରଫ କରିଛି। ଅନ୍ୟପଟେ ବୁଦ୍ଧଦେବ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ୧୯୯୯ ମସିହା ଘଟଣା ପରଠାରୁ ବୁଦ୍ଧଦେବ ଫେରାର ଥିଲେ। ତେବେ ଶୁକ୍ରବାର ସେ ବିଳମ୍ବିତ ରାତ୍ରିରେ ଘରେ ଥିବା ସିବିଆଇକୁ ସୂଚନା ମିଳିଥିଲା। ପରେ ଏକ ଟିମ୍ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁ’ସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା।