ଦାଣ୍ଡିଆ ନୃତ୍ୟରେ ସ୍ମାର୍ଟସିଟି ମତୁଆଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ନବରାତ୍ର ଦାଣ୍ଡିଆ ମହୋତ୍ସବ ବେଶ୍ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଅଷ୍ଟମ ପ୍ରୟାସ ଦାଣ୍ଡିଆ ମହୋତ୍ସବକୁ ଦୈତ୍ୟନଗରୀର ପୋଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଅବସରରେ କମିଶନର ଶ୍ରୀ ଷଡ଼ଙ୍ଗୀ ‘ପ୍ରୟାସ’ର ଏହି ପ୍ରୟାସକୁ ଭୂୟଶୀ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ ।

 ଦାଣ୍ଡିଆ ଏକ ଗୁରୁରାଟୀ ପରମ୍ପରା ହୋଇଥିଲେ ହେଁ ଆଜି ତାହା ଓଡ଼ିଶାର ଏକ ସଂସ୍କୃତି ଭଳି ମନେହୁଏ, ଠିକ୍ ଯେମିତି ଆଜି ଓଡ଼ିଶୀ ବିଶ୍ୱ ଦରବାରରେ ଆଦୃତ୍ତିଲାଭ କରିଛି । ଅନ୍ୟତମ ସମ୍ମାନିତ ଅତିଥି ସମାଜସେବୀ ତଥା ବ୍ୟବସାୟୀ ପବିତ୍ର ରାଉତରାୟ ସ୍ମାର୍ଟସିଟି ସମ୍ପର୍କରେ ଆଲୋକପାତ କରିବା ସହ ଏହାକୁ ବ୍ୟାଖ୍ୟା କରିବାକୁ ଯାଇ ସ୍ମାର୍ଟସିଟିରେ ମନୋରଞ୍ଜନର କମି ଥିବାବେଳେ ‘ପ୍ରୟାସ’ ମନୋରଞ୍ଜନ ବାଣ୍ଟିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କହିଥିଲେ ।

ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା.ଜେ.ଏମ୍.ରାଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗର୍ବାନୃତ୍ୟର ତାଳେ ତାଳେ ପ୍ରାୟ ୬ହଜାର ଯୁବକଯୁବତୀ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ ।

ଏହି ଅବସରରେ ପ୍ରୟାସ ଅଧ୍ୟକ୍ଷ ବନ ମହାନ୍ତିଙ୍କ ସମେତ ଅନ୍ୟ ଟ୍ରଷ୍ଟି ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରୟାସ ଦାଣ୍ଡିଆ ନୃତ୍ୟ ମହୋତ୍ସବ ସ୍ଥଳକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ସମସ୍ତେ ଶପଥ ନେଇଥିଲେ ।