ଖୋଲିବ ଡ୍ୟାନ୍ସବାର୍ କିନ୍ତୁ ପିନ୍ଧିବେନି ଅର୍ଦ୍ଧନଗ୍ନ ଡ୍ରେସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଖୋଲିବ ୭ଟି ଡ୍ୟାନ୍ସ ବାର୍। ରାଜଧାନୀରେ ପୁଣି ଖେଲିବ ଡ୍ୟାନ୍ସବାର କିନ୍ତୁ ଯୁବତୀମାନେ ଉତ୍ତେଜିତ କରିବା ପରି ନାଚିପାରିବେ ନାହିଁ କି ଅଧାନଗ୍ନ ଡ୍ରେସ୍ ପିନ୍ଧିପାରିବେ ନାହିଁ ବୋଲି କଟକ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଷ୍ଟମର୍ ମାନେ ପଇସା ଉଡାଇପାରିବେ ନାହିଁ। ୨୧ ବର୍ଷରୁ କମ୍ ବୟସର ଯୁବତୀମାନେ ଡ୍ୟାନ୍ସ କରିପାରିବେ ନାହିଁ। ଡ୍ୟାନ୍ସ କରୁଥିବା ଯୁବତୀମାନଙ୍କ ପରିଚୟପତ୍ର ରହିବ। କିଛି ଦିନ ପୂର୍ବରୁ ଡ୍ୟାନ୍ସ ବାର୍ ରେ ଆଇନ ଉଲ୍ଲଘଂନ କରୁଥିବାରୁ ଡ୍ୟାନ୍ସବାର ବନ୍ଦ ରହିଥିଲା।