ରାଜ୍ୟରେ ୩ ହଜାର ପାର ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ଭୟଙ୍କର ରୂପ ନେବାରେ ଲାଗିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୧୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୦୬ ଜଣ ସଂଗରୋଧ ସେଣ୍ଟରର ହୋଇଥିବା ବେଳେ ୧୩୦୨ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି।

ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୬୩, ନବରଙ୍ଗପୁରରୁ ୧୫୬, ସମ୍ବଲପୁରରୁ ୧୫୩, ବାଲେଶ୍ୱରରୁ ୧୫୧, ନୂଆପଡ଼ାରୁ ୧୪୦, ବଲାଙ୍ଗିରରୁ ୧୩୩, ବରଗଡ଼ରୁ ୧୩୨, ଷ୍ଟେଟପୁଲରୁ ୧୧୮, ପୁରୀରୁ ୧୧୪, କେନ୍ଦୁଝରରୁ ୧୦୫, ଝାରସୁଗୁଡ଼ାରୁ ୮୯, ଯାଜପୁରରୁ ୭୫, ମୟୂରଭଞ୍ଜରୁ ୭୧, ଗଞ୍ଜାମରୁ ୫୫, କଳାହାଣ୍ଡିରୁ ୫୫, ଭଦ୍ରକରୁ ୫୩, ଅନୁଗୁଳରୁ ୪୪, ସୋନପୁରରୁ ୪୨, ରାୟଗଡ଼ାରୁ ୩୮, ଜଗତସିଂହପୁରରୁ ୨୯, କୋରାପୁଟରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଦେବଗଡ଼ରୁ ୧୯, ଗଜପତିରୁ ୧୮, ଢ଼େଙ୍କାନାଳରୁ ୧୬, ନୟାଗଡ଼ରୁ ୧୫, କନ୍ଧମାଳରୁ ୧୦, ବୌଦ୍ଧରୁ ୯ ଓ ମାଲକାନଗିରିରୁ ୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦କୁ ବୃଦ୍ଧି ପାଇଛି। ସେହିପରି ୩ ଲକ୍ଷ ୪୨ ହଜାର ୫୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୮୮୯ ଜଣ ଚିକିତ୍ସାଧୀନ ଅଛନ୍ତି।