ଦାଦ୍ରା ଓ ନଗର ହାବେଳୀର ସାଂସଦ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦାଦ୍ରା ଓ ନଗର ହାବେଳୀର ସାଂସଦ ମୋହନ ଡେଲଗର ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ଗ୍ରୀନ ମରିନ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଏକ ସୁଇସାଇଡ ନୋଟ ମଧ୍ୟ ଜବତ ହୋଇଛି ଯାହାକି ଗୁଜରାଟୀ ଭାଷାରେ ଲେଖାଯାଇଛି। ମୋହନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ପୁଲିସ ମଧ୍ୟ ଯାଞ୍ଚ ଆରମ୍ଭ କରିଦେଇଛି। ସେ ଦାଦ୍ରା ଓ ନଗର ହାବେଳୀ ଲୋକସଭା କ୍ଷେତ୍ରର ଦିର୍ଦ୍ଦଳୀୟ ସାଂସଦ ଥିଲେ।

ସୂଚନାଯୋଗ୍ୟ, ୫୮ ବର୍ଷୀୟ ମୋହନ ଡେଲଗର ୧୯୮୯ ମସିହାରେ ପ୍ରଥମଥର ପାଇଁ ଦାଦ୍ରା ଓ ନଗର ହାବେଳୀ କ୍ଷେତ୍ରରୁ ବିଜୟୀ ହୋଇ ଲୋକସଭା ଯାଇଥିଲେ। ଟ୍ରେଡ ୟୁନିୟନ ନେତା ରୂପେ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। କଂଗ୍ରେସ ଓ ବିଜେପି ଟିକେଟରୁ ସାଂସଦ ରୂପେ ନିର୍ବାଚନ ଲଢ଼ିଥିଲେ। ପରେ ଭାରତୀୟ ନବଶକ୍ତି ପାର୍ଟି ଗଠନ କରିଥିଲେ। ସେ ୩ଥର ଲୋକସଭା ନିର୍ବାଚନ ଜିତି ସଂସଦ ପହଞ୍ଚିଥିଲେ।