ଦାଦା ସାହେବ ଫାଲକେ ଆଓ୍ବାର୍ଡ ୨୦୨୧: ‘ଦ ଆର୍ଟ ଅଫ ଲାଇଫ’ ଚଳଚ୍ଚିତ୍ର ମନୋନୀତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲୁକା ଶିଳ୍ପ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆର୍ଟ ଅଫ ଲାଇଫ’ କୁ ଦାଦା ସାହେବ ଫିଲ୍ମ ଆଓ୍ବାର୍ଡ-୨୦୨୧ ପୁରସ୍କାର ପାଇଛି। ବାଲୁକା କଳାକୁ ନେଇ କାହାଣୀ ଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହି ଚଳଚ୍ଚିତ୍ରକୁ ବିଭିନ୍ନ ଦେଶର ଜୁରୀମାନେ ପୁରସ୍କାର ପାଇଁ ମନୋନୀତ କରିଛନ୍ତି।

ଦାଦା ସାହେବ ଫିଲ୍ମ ଆଓ୍ବାର୍ଡ-୨୦୨୧ରେ ‘ଦ ଆର୍ଟ ଅଫ ଲାଇଫ’ ଜୁରୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ରରେ ସାରା ବିଶ୍ୱର ବାଲୁକା କଳାକୁ ଅସ୍ତିତ୍ବ ଓ ବିକାଶକୁ ନେଇ ଏକ କାହାଣୀ ରଚନା କରାଯାଇଛି। ଏହି ଫିଲ୍ମଟି ୨ ସାଙ୍ଗଙ୍କ ଉପରେ ଆଧାରିତ ହୋଇଥିବା ବେଳେ ୪୩ ମିନିଟର‌ ଅବଧିରେ ପ୍ରସ୍ତୁତ କରାଯାଇଛି। ଉକ୍ତ ହିନ୍ଦୀ ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ନିର୍ମାଣ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଓଡ଼ିଶା ପର୍ଯ୍ୟଟନ ଓ ବାଲୁକାକଳାର ପ୍ରଚାର ପ୍ରସାର ଦିଗରେ ସହାୟକ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ଫିଲ୍ମକୁ ଭାରତ ସମେତ ବ୍ରାଜିଲ, ଆର୍ଜେଣ୍ଟିନା, ଚିଲି, ୟୁକେ ଏବଂ ସ୍ପେନର ସୁପ୍ରସିଦ୍ଧ ଜୁରୀ ମାନେ ପୁରସ୍କାର ପାଇଁ ଚୟନ କରିଛନ୍ତି।

ଉକ୍ତ ଚଳଚ୍ଚିତ୍ରରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସୁଶାନ୍ତ ମିଶ୍ରଙ୍କ ସମେତ ବରିଷ୍ଠ ଅଭିନେତା ଜୁବୁଲି ସୁନ୍ଦର ନିତୁ ମିଶ୍ର ଓ କଳିଙ୍ଗ ଦାସ ପ୍ରମୁଖ ଅଭିନୟ କରିଛନ୍ତି। ବରିଷ୍ଠ ଅଭିନେତା ଜୁବୁଲି ସୁନ୍ଦରରାୟ, ରିତୁ ମିଶ୍ର ଏବଂ କଳିଙ୍ଗ ଦାଶ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଥିବା ଏକ ଇଂରାଜୀ ଗୀତର ଶ୍ରୀ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ଇଣ୍ଡିଆନ ଆଇଡଲ୍ ଫେମ ଚେଲସି ବେହୁରା ଗାଇଛନ୍ତି। ଗୀତକୁ ପ୍ରଫେସର ରମାକାନ୍ତ ମିଶ୍ର ରଚନା କରିଛନ୍ତି। ପ୍ରସନ୍ନ ପୃଷ୍ଟି ଏବଂ ସନ୍ତୋଷ ପଣ୍ଡା ଯୁଗ୍ମ ପ୍ରଯୋଜକ ଦାୟିତ୍ଵ ନେଇଥିଲେ।