ପାଟଣା,ଏନ୍ଏନ୍ଏସ୍: ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଥାନା ଭିତରେ ଜଣେ ଯୁବକକୁ ଲାଠିରେ ଓ ଗୋଡ଼ରେ ମାରି ଗୁରୁତର କରିଥିବା ଘଟଣାକୁ ନେଇ ଆଜି ପୁଲିସ ଡିଜି ତାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରିଛନ୍ତି। ଏନେଇ ଡିଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏକ ଜମି ବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗତ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ପରେ ଥାନା ଅଧିକାରୀଣି ସନ୍ଧ୍ୟାରାଣୀ ଜେନା ସାହାରପଡା ବ୍ଲକ୍ ତାଳସରୁଆ ଗ୍ରାମର ରାଜୁ ମହାନ୍ତଙ୍କୁ ଥାନାକୁ ଆଣି ପ୍ରଥମେ ଲାଠିରେ ମାଡ଼ ମାରିବା ପରେ ଗୋଇଠା ମଧ୍ୟ ମାରିଥିଲେ।
ଏ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ପରେ ଉକ୍ତ ଭିଡ଼ିଓ ଭାଇରାଲ ହେବା ପରେ କେନ୍ଦୁଝର ଏସପି ଘଟଣାର ତଦନ୍ତ ପାଇଁ ଘଟଗାଁ ଏସଡ଼ିପିଓ ରବିନ୍ଦ୍ର ମଲ୍ଲିକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ତଦନ୍ତ କରୁଥିବା ଅଫିସର ଆଆସିଙ୍କ ସପକ୍ଷରେ ମତ ବାଢ଼ି ଘଣ୍ଟ ଘଡାଇବାକୁ ଚେଷ୍ଟା କରିଥିଲେ ହେଁ ଆଜି ପୁଲିସ ଡିଜି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି।