ଆସୁଛି ବାତ୍ୟା ‘ତଉକତେ’ ! ୧୪ ରେ ଲଘୁଚାପ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମାଡ଼ି ଆସୁଛି ଏକ ମହାବାତ୍ୟା । ୨୦୨୧ର ଏହା ପ୍ରଥମ ବାତ୍ୟା ଭାବେ ଆରବ ସାଗରରେ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୪ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ବାତ୍ୟା ରୂପ ନେଇପାରେ ବୋଲି ଆକଳନ କରାଯାଇଛି।

ଯଦି ଏହା ବାତ୍ୟାର ରୂପନେବ ତେବେ ଏହାର ନାମ ‘ତଉକତେ’ ରଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ସାମୁଦ୍ରିକ ଝଡର ପ୍ରଭାବ ଦେଖିବାକୁ ମିଳିବ । ତେବେ ଓଡିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ରହିବ କି ରହିବାର ସମ୍ଭବନା ନାହିଁ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ତେବେ ଆଗାମୀ ଦିନେ ୨ ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ । ସୂଚନା ଯୋଗ୍ୟ , ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସମୁଦ୍ରକୂଳବର୍ତ୍ତୀ ରାଜ୍ୟଗୁଡିକରେ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଶୁକ୍ରବାର ଠାରୁ ସମୁଦ୍ର ମଧ୍ୟକୁ ନଯିବାକୁ ଚେତାବନୀ ଦିଆଯାଇଛି । ଏହା ସହିତ ପୂର୍ବରୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ବୁଧବାର ସୁଦ୍ଧା ତୁରନ୍ତ ଫେରି ଆସିବାକୁ ନିର୍ଦେଶ ଦିଆଯାଇଛି । ଗୁରୁବାର ଠାରୁ ଲାକ୍ଷାଦ୍ୱୀପ ଏବଂ ଏହାର ଆଖପାଖ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।