ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ପାକିସ୍ତାନ ମୁହାଁ ବାତ୍ୟା ‘ସାହିନ’। ଭାରତ ପାଇଁ ନାହିଁ ବିପଦ। କରାଚିରେ ମାଡ଼ ହେବା ସମ୍ଭାବନା। ଆଜି ନେବ ବାତ୍ୟା ରୂପ। କାଲି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବ। ଗତ ୪୦ ବର୍ଷ ମଧ୍ୟରେ ବଙ୍ଗୋପସାଗରରୁ ଆରବ ସାଗରକୁ କୌଣସି ବାତ୍ୟା ଯାଇନଥିଲା। ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ଏବେ ଆରବ ସାଗରରେ ପୁନର୍ଜନ୍ମ ନେଇ ପୁଣି ବାତ୍ୟା ରୂପ ନେଉଛି। ଏହା ଜଳବାୟୁ ପରିବର୍ତ୍ତନର କାରଣ ବୋଲି କୁହାଯାଉଛି।