ଶୁକ୍ରବାର ରାତିରୁ ବର୍ଷା, ଶନିବାର ସକାଳୁ ପବନ: ୯ଟି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ଉତ୍ତର ଆଣ୍ଡାମାନରେ ସୃଷ୍ଟ ଡିପ୍ରେସନ ବାତ୍ୟାରେ ପରିଣତ ହୋଇ କ୍ରମଶଃ ଉତ୍ତର ଦିଗରେ ଗତି କରୁଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ତଥା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରିବ । ଓଡିଶା ଉପରେ ଏହାର ଆଂଶିକ ପ୍ରଭାବ ରହିବ । ଏହାର ପ୍ରଭାବରେ ଆସନ୍ତାକାଲି(ଶୁକ୍ରବାର) ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୯ ସକାଳୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ସହିତ ପବନ ହେବ । ପବନରେ ବେଗ ଘଣ୍ଟା ପ୍ରତି ୫୦ରୁ ୫୫କିମି ରହିବ । କିନ୍ତୁ ୯ ତାରିଖ ସନ୍ଧ୍ୟା ପବନର ବେଗ ବୃଦ୍ଧି ପାଇଁ ଘଣ୍ଟା ପ୍ରତି ୮୦-୯୦ କିମି ରହିବ । କଚ୍ଚା ଘର, ବିଦ୍ୟୁତ ଖୁଣ୍ଟ, ଧାନ ଚାଷ କ୍ଷତିଗ୍ରସ୍ତ ହେବ । ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ୱର ଓ ବିଶେଷକରି ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ରହିବ ।

ଏ ନେଇ ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । । ସମୁଦ୍ର ଅଶାନ୍ତ ରହିବ । ଏନେଇ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାିବା ସହ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିହଂପୁର, କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଂଗନବାଡି ଓ ପୁରୀର ସମସ୍ତ ଶିକ୍ଷାନୁଷ୍ଠାନ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ବୁଲବୁଲ ଓ ପ୍ରବଳ ବର୍ଷା ପାଇଁ ଶନିବାର ୯ଟି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଏସଆରସି
ସେହି ଜିଲ୍ଲାଗୁଡିକ ହେଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ଯାଜପୁର। ଆଗରୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ୨ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ୬ଟି ଜିଲ୍ଲାକୁ ୨ଟି ଲେଖାଏଁ ଏନଡିଆରଏଫ ଟିମ୍ ଓ ୯ଟି ଜିଲ୍ଲାକୁ ୨ଟି ଓଡ୍ରାଫ୍ ଟିମ୍ ପଠାଯାଇଛି। ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଥିବା ନେଇ ଏସଆରସି ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି।