ଆସୁଛି ବାତ୍ୟା ତଉକତେ: ୪ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ, ଏଜେନ୍ସି: ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତଉକ୍ତେ’ ଆରବ ସାଗରରେ କେନ୍ଦ୍ରୀଭୂତ ହେଉଛି। ଆରବ ସାଗରର ଦକ୍ଷିଣ-ପୂର୍ବରେ ଚିହ୍ନଟ ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ମେ’ ୧୬ରେ ଝଡ଼ବାତ୍ୟାରେ ପରିଣତ ହୋଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। ଫଳରେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଓ ଗୁଜରାଟ ଉପକୂଳରେ ଏହାର ପ୍ରଭାବରେ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ହେବା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ କରିଦିଆଯାଇଛି।