ବଲେରୋ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଜାତୀୟ ରାଜପଥ ୨୬ ଜଳିଆ ଛକ ନିକଟରେ ବଲେରୋ ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ରିପୋର୍ଟ ମୁତାବିକ, ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଜାତୀୟ ରାଜପଥ ଜଳିଆ ଛକଠାରେ ସାଇକେଲ ଆରୋହୀ କୃଷ୍ଣଚଦ୍ର ସାହୁ ଯାଉଥିବାବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ତେବେ କ୍ଷତିପୂରଣ ଦାବିରେ ପରିବାର ଲୋକ ବର୍ତ୍ତମାନ ପର୍ୟ୍ୟନ୍ତ ମୃତଦେହକୁ ରାସ୍ତାରେ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ସଇଁନ୍ତଳା ଥାନାଧିକାରୀ ବାରିଣୀ ଦାସ ଓ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ହେଲେ ପରିବାର ଲୋକେ ବୁଝିବାକୁ ନାରାଜ । ପରିବାର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇଥିବାରୁ କ୍ଷତିପୂରଣ ପାଇଁ ଜିଦ ଧରିଛନ୍ତି। ଦୀର୍ଘ ୬ଘଣ୍ଟା ହେଲାଣି ଜାତୀୟ ରାଜପଥକୁ ପରିବାର ଲୋକେ ଅବରୋଧ କରିଥିବାବେଳେ ଗାଡ଼ି ମୋଟର ଚଳାଚଳ ଠପ ହୋଇପଡ଼ିଛି।