ଫୋନ୍ କଲରେ ୬୦ ହଜାର ନେଇଗଲେ ସାଇବର ଠକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣାର ଗୋବିନ୍ଦ ପାତ୍ରଙ୍କ ଠାରୁ ୬୦ହଜାର ଟଙ୍କା ଠକି ନେଇଛି ସାଇବର ଠକ। ଗୋଟିଏ ଫୋନ୍ କଲରେ ଆକାଉଣ୍ଟରୁ ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଗୋବିନ୍ଦ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଠକ ଜଣଙ୍କ ହିନ୍ଦୀ ଭାଷାରେ ‘ଫୋନ ପେ’ କଲସେଣ୍ଟରରୁ କହୁଛି କହି ମାଗଣା ମୋବାଇଲ ଓ ଟିଭି ରିଚାର୍ଜ ହେବ କହି ଏନି ଡେସ୍କଆପ ଡାଉନଲୋଡ କରିବାକୁ କହିଥିଲା। ଉକ୍ତ ଆପକୁ ଗୋବିନ୍ଦ ନିଜ ମୋବାଇଲରେ ଡାଇନଲୋଡ଼ କରିବା ପରେ ଆକାଉଣ୍ଟରୁ ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ପାଟଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି।