ନିର୍ଗୁଣ୍ଡି ଷ୍ଟେସନ ନିକଟରେ ରେଳ ଦୁର୍ଘଟଣା ଘଟଣା : ୪ ନିଲମ୍ବିତ

କଟକ,ଏନ୍ଏନ୍ଏସ୍ : କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ – ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୪ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଘୋଷଣା କରିଥିବା ରେଳବାଇ ପକ୍ଷରୁ ନିର୍ଗୁଣ୍ଡି ଷ୍ଟେସନର ଡେପୁଟି ଷ୍ଟେସନ ମ୍ୟାନେଜର,ମାଲବାହୀ ଟ୍ରେନର ଗାର୍ଡ ଓ ଲୋକମାନ୍ୟ ତିଳକ ଏକ୍ସପ୍ରେସର ଦୁଇ ଜଣ ଡ୍ରାଇଭରଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ୬.୫୦ରେ ଏହି ଦୁର୍ଘଟଣା ଘଟିଥିଲା। ନିର୍ଗୁଣ୍ଡି-କପିଳାସ ରୋଡ ମଧ୍ୟବର୍ତ୍ତୀ ସର୍ଦ୍ଦୋଳା ନିକଟରେ ଅଫ ଲାଇନରେ ଠିଆହୋଇଥିବା ଏକ ମାଲବାହୀ ଟ୍ରେନକୁ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା (୧୨୮୭୯) ଲୋକମାନ୍ୟ ସୁପରଫାଷ୍ଟ ଏକ୍ସପ୍ରେସ ପଛରୁ ତାକୁ ଧକ୍କା ଦେଇଥିଲା। ଫଳରେ ଏକ୍ସପ୍ରେସର ୧୨ଟି ବଗି ଲାଇନ୍‍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed, but trackbacks and pingbacks are open.