କଟକ,ଏନ୍ଏନ୍ଏସ୍: ଛତ୍ର ବଜାର ପରିବା ବଜାର ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଛି। ଏହି ବ୍ରିଜ ତଳେ ଫସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହୁରି କିଛି ଲୋକ ଫସି ରହିଛନ୍ତି। ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
୩ ଜଣଙ୍କୁ ଗୁରୁତ୍ତର ଭାବରେ ଉଦ୍ଧାର କରାଯାଇ ଏସସିବି ମେଡିକାଲକୁ ପଠାଯାଇଛି। ଘଟଣା ସ୍ଥଳରେ କଟକ ଡିସିପି ପ୍ରତିକ ସିଂ ପହଁଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ପୋଲ ଦେଇ କେନାଲ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ ହଟାତ୍ ପୋଲଟି ଭୁଶୁଡି ପଡିଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ନିର୍ମାଣ ସଂସ୍ଥା ପକ୍ଷରୁ ଚେତାବନୀ ଦିଆଯାଇଥିଲେ ମଧ୍ୟ କିଛି ଲୋକେ ଏହାକୁ ମାନି ନଥିଲେ।
ଘଟଣାସ୍ଥଳରେ ପ୍ରାୟ ୧୫ ଦିନ ହେବ କାମ ଚାଲିଥିଲେ ମଧ୍ୟ ନିକଟରେ କିଛି ଲୋକେ ପନିପରିବା ବ୍ୟବସାୟ କରୁଥିଲେ। ଏହି ବିଷୟରେ କଟକ ଜିଲ୍ଲାପାଳ କହିଛନ୍ତି ଯେ ଏହା ଏକ ଦୁଖଃଦ ଘଟଣା, ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ବିଷୟରେ ତଦନ୍ତ କରାଯାଇ, ଘଟଣାରେ କୌଣସି ପ୍ରକାର ତୃଟି ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।