ବ୍ୟାଙ୍କ ବୁଡ଼ିଲେ ୯୦ ଦିନରେ ବୀମାରାଶି ପାଇବେ ଜମାକାରୀ

  • ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ଡିପୋଜିଟ୍ ଇନସୁରାନ୍ସ ଏଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି ଆଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଏଥିପାଇଁ ସଂସଦରେ ଏକ ସ୍ୱତନ୍ତ୍ର ବିଲ ଆଗତ କରାଯିବ। ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ କୌଣସି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିଅମ ଲଗାଇଲେ ମଧ୍ୟ ଜମାକାରୀମାନେ ୯୦ ଦିନ ମଧ୍ୟରେ ନିଜର ଜମା ବୀମାରାଶି ପାଇପାରିବେ। ସେହିପରି କୌଣସି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିଅମ ଲଗାଇବା ପରେ ଗ୍ରାହକମାନେ ଭୋଗୁଥିବା ଅସୁବିଧାର ସମାଧାନ ପାଇଁ ଏକ ଡିପୋଜିଟ୍ ଇନସୁରାନ୍ସ ଏଣ୍ଡ୍ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ଗଠନ କରାଯିବ। ଆଜିର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଜମାକାରୀମାନେ ୯୦ ଦିନ ମଧ୍ୟରେ ନିଜ ଜମାବୀମା ରାଶି ବାବଦରେ ୫ ଲକ୍ଷ ପାଇବେ। କୌଣସି ବ୍ୟାଙ୍କର ଆର୍ôଥକ ଅବସ୍ଥାରେ ଅବନତି ଦେଖାଗଲେ ରିଜର୍ଭ ବ୍ୟାଙ୍କ ସେଥିରେ ହସ୍ତକ୍ଷେପ କରି ଉକ୍ତ ବ୍ୟାଙ୍କ ଉପରେ ମୋରାଟୋରିୟମ ଲଗାନ୍ତି। ମୋରାଟୋରିୟମ ଲାଗିଥିବା ସମୟରେ ବ୍ୟାଙ୍କର ଆର୍ôଥକ କାରବାର ଉପରେ ରୋକ ଲାଗିଥାଏ । ତେବେ ଜମାଉଠାଣ ଉପରେ ରୋକ ଲଗାଯାଇଥିବାରୁ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ନୂଆ ବିଲ୍ ଆଇନରେ ପରିଣତ ହେଲେ ଗ୍ରାହକଙ୍କ ସମସ୍ୟା ଦୂର ହେବା ଆଶା କରାଯାଉଛି ।