ସିଆରପିଏଫ୍ କାନ୍ଧରେ ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ଥା

ଶ୍ରୀନଗର,ଏଜେନ୍ସି: ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ତେବେ ଯାତ୍ରା ଆରମ୍ଭ ପୂର୍ବରୁ ଜାମ୍ମୁ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ଭାବେ ଯାତ୍ରା ଶେଷ କରିବା ପାଇଁ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ୍‌ର ମୁତୟନକୁ କଡାକଡି କରାଯିବ। ସେହିପରି ଆତଙ୍କୀ ଆକ୍ରମଣ ଓ ବିସ୍ଫୋରଣ ପରି ଆଶଙ୍କାକୁ ଏଡାଇବା ପାଇଁ ସିଆରପିଏଫ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିବା ସୂଚନା ଦେଇଛି।

କରାେନା ସଂକ୍ରମଣ ପାଇଁ ଗତ ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଚଳିତ ଥର ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଚଳିତ ବର୍ଷ ଜୁନ୍ ଶେଷରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ବର୍ଷ ବ୍ୟବଧାନ ପରେ ଯାତ୍ରା ପୁଣି ଥରେ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଉତ୍ସାହ ମଧ୍ୟ ବେଶ ବଢିଛି। ତେଣୁ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି।

ତୀର୍ଥଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଛି। ଅନ୍ୟପଟେ ଆତଙ୍କୀ ହମଲା ଆଶଙ୍କା ଥିବାରୁ ବୋମା ବିସ୍ଫୋରଣ ଓ ଆକ୍ରମଣ ଷଡଯନ୍ତ୍ର ରୋକିବା ପାଇଁ ଭିଜିଲାନ୍ସ ୟୁନିଟର ମଧ୍ୟ ସହଯୋଗ ନେବ ସିଆରପିଏଫ୍‌।