ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଗଂଗଲା ଗୁଡା ଗ୍ରାମରେ ରାସ୍ତା ଖରାପ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିଲାଗି ଗ୍ରାମବାସୀ ବାଧ୍ୟ ହୋଇ ରାସ୍ତା ରେ ଧାନ ଗଛ ରୋଇ ନିଆରା ପ୍ରତିବାଦ କରିଛନ୍ତି । ପୂର୍ବରୁ ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କରି ଆସୁଥିବା ବେଳେ କେହି ଏନେଇ କୌଣସି ପଦକ୍ଷେପ ନ ନେବାରୁ ଲୋକେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି ।