ଶ୍ରୀଲଙ୍କାରେ ସଂକଟ: ଜୁଲାଇ ୧୩ରେ ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ଆର୍ଥିକ ସଂକଟ ପରେ ଏଠାରେ ସରକାରଙ୍କ ଅବସ୍ଥା ଦୋହଲି ଯାଇଛି । ଲୋକେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସରକାର ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । କିଛି ସହରରେ କର୍ଫ୍ୟୁ ଜାରି କରିଥିଲେ । କିନ୍ତୁ ଶନିବାର ହୋଇଥିବା ହିଂସ୍ରକ ପ୍ରଦର୍ଶନ ପରେ ସରକାର ମୁଣ୍ଡ ନୁଆଇଁଛନ୍ତି । ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ନିଷ୍ପତ୍ତି ପରେ ତୁରନ୍ତ ନିର୍ବାଚନ ତାରିଖ ଘୋଷଣା ହେବ । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଇସ୍ତଫାର ସର୍ତ୍ତ ନେଇ ମୁହଁ ଖୋଲିଛନ୍ତି ।

କଲମ୍ବୋସ୍ଥିତ ରାଷ୍ଟ୍ରପତି ଭବନରେ ହଜାହ ହଜାର ପ୍ରଦର୍ଶନକାରୀଙ୍କ ଉପସ୍ଥିତ ହେବା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ ତାରିଖରେ ଇସ୍ତଫା ଦେବେ । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଧେଙ୍କ ଇସ୍ତଫା ପରେ ସଂସଦରେ ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଧନ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଅଭୟବର୍ଧନ ରାଷ୍ଟ୍ରପତିଙ୍କୁ ସଂବୋଧିତ କରି ଚିଠିରେ ଲେଖିଥିଲେ ଯେ, ଗୋଟାବାୟାଙ୍କୁ ଯଥଶୀଘ୍ର ନିଜ ପଦବିରୁ ଇସ୍ତଫା ଦେବାର ଅଛି । ସେହିପରି ୭ ଦିନ ଭିତରେ କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ କରିବା ଲାଗି ସଂସଦ ଡାକିବା ଦରକାର ।