ଗିରଫ ଅଭିଯୁକ୍ତ ଫେରାର ଉଦ୍ୟମ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରରୁ ଡକାୟତି ଉଦ୍ୟମ କରି ଗିରଫ ହୋଇଥିବା ଅଭିଯୁକ୍ତ ମେଡ଼ିକାଲରୁ ଫେରାର ହୋଇଯାଉଥିବାବେଳେ ପୁଲିସ ତାକୁ ଧରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ ଅମିର ଚୌଧୁରୀ ଡକାୟତି ଅଭିଯୋଗରେ ଗିରଫ ହେବାପରେ ପୁଲିସ ତାକୁ ମେଡ଼ିକାଲ ଚେକ୍‌ଅପ ପାଇଁ ସଦର ଡାକ୍ତରଖାନା ଆଣିଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ମେଡ଼ିକାଲରୁ ଫେରାର ହୋବାକୁ ଉଦ୍ୟମ କରୁଥିଲା। ପୁଲିସ ଡାକ୍ତରଖାନାରୁ ପ୍ରାୟ ୪୦୦ମିଟର  ଅମିରର ପିଛା କରିବାପରେ ଏକ ଭଙ୍ଗା ଘରୁ ତାକୁ କାବୁ କରିଛି। ଏଥିରେ ଅମିରର ଗୋଡ଼ରେ ଆଘାତ ଲାଗିଛି।