ଡ୍ରଗ୍ସ ମାଫିଆଙ୍କ ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ

ବାଲେଶ୍ୱର,ଏନ୍ଏନ୍ଏସ୍: ଡ୍ରଗ୍ସ ମାଫିଆ ଶେଖ ତୈରୁଦ୍ଦିନ ଓ ନାସିରୁଦ୍ଦିନ ଘରେ କ୍ରାଇମବ୍ରାଞ୍ଚ ଚଢ଼ଉ କରିଛି। ଡିଏସ୍‌ପି ମନୋଜ ରାଉତଙ୍କ ନେତୃତ୍ୱରେ ଚାଲିଛି ଚଢ଼ଉ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରଶେଖୱାଡ ଓ ଝାଡେଶ୍ୱରପୁର ଗାଁ’ସହିତ ତୈରୁଦ୍ଦିନର ଅନ୍ୟଭାଇଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି।

 ନାସିରୁଦ୍ଦିନ ଓ ତୈରୁଦ୍ଦିନରବିଭିନ୍ନ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ଘରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହିତ ସୁନାଗହଣା ଜବତ ହୋଇଥିବାବେଳେ ଚଢ଼ଉ ଜାରି ରହିଛି।