ତୃଣମୂଳ କଂଗ୍ରେସରେ ସାମିଲ ହେବେ କ୍ରିକେଟର ମନୋଜ ତିୱାରୀ

ପଶ୍ଚିମବଙ୍ଗ: କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। ହୁଗୁଳିରେ କାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲିରେ ମନୋଜ ଦଳରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ହାୱାଡାରେ ଜନ୍ମ ନେଇଥିବା ମନୋଜ ତିୱାରୀ ଭାରତୀୟ କ୍ରିକେଟ ଟିମରେ ୨୦୦୮ରେ ଡେବ୍ୟୁ କରିଥିଲେ। ଆଉ ଟିମ୍ ଇଣ୍ଡିଆ ପାଇଁ ଶେଷ ଦିନିକିଆ ୨୦୧୫ରେ ଖେଳିଥିଲେ। ସେ ୧୨ଟି ଦିନିକିଆ ଓ ୩ଟି ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଅପ୍ରେଲ କିମ୍ବା ମେ’ ମାସରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଆଉ ଏହି ସମୟରେ ମନୋଜ ପାର୍ଟିରେ ସାମିଲ ହେବା ନେଇ ସ୍ଥିର କରିଛନ୍ତି।