ହୃଦଘାତରେ ଆଖି ବୁଜିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସଫଳ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା ହିମାଂଶା ପାଣ୍ଡ୍ୟା ହୃଦଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଅଷ୍ଟ୍ରେଲିଆରେ ଗତ ମାସରେ ସୀମିତ ଓଭରରେ ସିରିଜ ସମାପ୍ତ ହେବା ପରେ ହାର୍ଦ୍ଦିକ ଭାରତ ଫେରି ଆସିଥିଲେ। ପିତାଙ୍କ ନିଧନ ସମୟରେ ସେ ଘରେ ହିଁ ଥିଲେ। ଅନ୍ୟପଟେ ହାର୍ଦ୍ଦିକଙ୍କ ବଡ଼ ଭାଇ କୁନାଲ ପାଣ୍ଡ୍ୟା ବରୋଦାରେ ସୟୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳୁଥିଲେ। ପିତାଙ୍କ ମୃତ୍ୟୁ ଖବର ଶୁଣି କୁନାଲ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ଛାଡ଼ି ଘରକୁ ଫେରି ଆସିଛନ୍ତି। ହାର୍ଦ୍ଦିକ ଓ କୁନାଲଙ୍କ ପିତାଙ୍କ ମୃତ୍ୟୁରେ ସଚ୍ଚିନ ନ୍ଦେୁଲକର, ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।