କୋରୁକୋଣ୍ଡାରେ ୧୫ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରସ୍ଥିତ ବ୍ଲକ ଖେଳପଡ଼ିଆରେ ନିଳାଞ୍ଚଳ କ୍ରିକେଟ ଆସୋସିଏସ ଆନୁକୂଲ୍ୟରେ ୧୫ ଦିନିଆ ‘ବଜରଙ୍ଗ’ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କୋରୁକୋଣ୍ଡା ଗୋଷ୍ଠୀଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କୋରୁକୋଣ୍ଡା ସରପଞ୍ଚ ବଂଶୀଧର ମୁଦୁଲି ଉପସ୍ଥିତ ଥିଲେ। ସଂଯୋଜକ ଅଶୋକ ପରିଡ଼ା ପରିଚାଳନା କରିଥିଲେ । ଉଦଘାଟନୀ ମ୍ୟାଚ ଚିତ୍ରକୋଣ୍ଡା ବ୍ଲକ୍ ପାପଲୁର ସହ କୋରୁକୋଣ୍ଡା କନିଷ୍ଠ ଦଳ ମଧ୍ୟରେ ହୋଇଥିଲା। ସେଥିରେ ପାପଲୁର ବିଜୟ ହୋଇଥିଲା।