କ୍ରିକେଟ୍ ଆଡଭାଇଜରି କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ କପିଲ୍

ନୂଆଦିଲ୍ଲୀ,ଏଜେନ୍ସି: ବିସିସିଆଇର କ୍ରିକେଟ୍ ଆଡଭାଇଜରି କମିଟିର ଅଧ୍ୟକ୍ଷ କପିଲ୍ ଦେବ ଆଜି ପଦବୀରୁ ଇସ୍ତଫା ଦେଇଛନ୍ତି। ବିସିସିଆଇ ଦ୍ୱାରା ନିଯୁକ୍ତ ୩ ଜଣିଆ କ୍ରିକେଟ୍ ଆଡଭାଇଜରି ନିଯୁକ୍ତ ହୋଇଥିବାବେଳେ କମିଟିର ଅନ୍ୟତମ ସଦସ୍ୟା ଶାନ୍ତା ରଙ୍ଗାସ୍ୱାମୀଙ୍କ ଇସ୍ତଫା ଦେଇଥିଲେ। ପରେ ପରେ ବୁଧବାର କପିଲ୍ ଦେବ୍ ମଧ୍ୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । କପିଲ ତାଙ୍କର ଇସ୍ତଫା ପତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ପରିଚାଳନା କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସଙ୍କୁ ଇମେଲ ମାଧ୍ୟମରେ ପଠାଇଛନ୍ତି । ଇସ୍ତଫାର କୌଣସି କାରଣ ଦର୍ଶାଇ ନାହାନ୍ତି କପିଲ୍ ।

୨୦୧୯ ଜୁଲାଇ ମାସରେ କପିଲ ଦେବଙ୍କୁ କ୍ରିକେଟ ଆଡଭାଇଜରି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ ଚୟନ ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଥିଲା ।
ତେବେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଆଜୀବନ ସଦସ୍ୟ ଡି.କେ ଜୈନ୍ ଅଭିଯୋଗ ଆଣିଥିଲେ କି କପିଳ୍ ଦେବ ଓ ଶାନ୍ତା ରଙ୍ଗାସ୍ୱାମୀ ବ୍ୟବସାୟ ଓ ଅନ୍ୟ କାର୍ୟ୍ୟାକଳାପରେ ସଂପୃକ୍ତି ଥିବାରୁ ଏପରି ପଦବିରେ ରହିବା ଯୁକ୍ତିଯୁକ୍ତ ନୁହେଁ । ଏଥିଲାଗି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।