ମୟୂରଭଞ୍ଜ ପ୍ରିମିୟର ଲିଗ୍ ୨ୟ ପର୍ଯ୍ୟାୟ ଉଦଘାଟନ କଲେ ସୁଦାମ ମାର୍ଣ୍ଡି

ବାରିପଦା,ଏନ୍ଏନ୍ଏସ୍: ସ୍ଥାନୀୟ ବାରିପଦା ଷ୍ଟାଡିୟମରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମୟୂରଭଞ୍ଜ ପ୍ରିମିୟର ଲିଗ୍ କ୍ରିକେଟର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଏହାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉଦଘାଟନ କରିଛନ୍ତି। ଏହି ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ୍ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ ଟି ମ୍ୟାଚ୍ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଭାଦବ ହାଁସଦା, ପୂର୍ବତନ ଏସଡିସି ଅଧ୍ୟକ୍ଷ ଡ. ଦେବାଶିଷ ମାର୍ଣ୍ଡି, କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି ଓ ଦିପ୍ତିଲତା ମିଶ୍ର, ମହିଳା ସଭାନେତ୍ରୀ ବିଣାପାଣୀ ସାହୁ, ସବିତା ବେହେରା, ପୂର୍ବତନ କାଉନସିଲର ସୀମା ଦାସ, ଶ୍ରାବଣୀ ଦାସ, ସନ୍ଧ୍ୟାରାଣୀ ଦାସ, ଭାରତୀ ହାଁସଦା, ପ୍ରଭାତି ପୃଷ୍ଟି, ବିଷ୍ଣୁପ୍ରିୟା ଦାସ, ବିଜୁ ଯୁବ ଜନତା ଦଳ ସଭାପତି ଅରୁଣ ବରାଡ, ଛାତ୍ର ଜନତା ସଭାପତି ସୁନିଲ ନାୟକ, ଅବଦୁଲ ହବିବ୍, କୃଷ୍ଣଚନ୍ଦ୍ର ଦାସ, ପ୍ରଭାତ ନାୟକ, ଅନନ୍ତଦାସ, ଦେବାଶିଷ ପାତ୍ର, ସରୋଜ କୁମାର ବୋଷ, ପୂର୍ଣ୍ଣନେନ୍ଦୁ ପରିଡା, ରାଜିବ ଜେନା, ଅମିତ ବୈଠା, ଦୀପକ ମଢୁଆଳ, ବିକାଶ ବାରିକ୍, ପ୍ରସନଜିତ୍ ମହାନ୍ତି, ଗୋବିନ୍ଦ ବେହେରା ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ। ଆଜିର ପ୍ରଥମ ଖେଳ ବାରିପଦା ବ୍ଲକ ଓ ଜିବିନଗର ବ୍ଲକ ମଧ୍ୟରେ ହୋଇଥିଲା।

ପ୍ରଥମେ ଜିବି ନଗର କ୍ଲବ ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଜବାବରେ ବାରିପଦା ବ୍ଲକ ୬ ୱିକେଟ୍ ହରାଇ ୧୧୪ ରନ୍ କରିଥିଲା । ଜିବିନଗର ବିଜୟୀ ହୋଇଥିଲା। ୨ୟ ମ୍ୟାଚ୍ଟି କପ୍ତିପଦା ବ୍ଲକ ଓ ଖୁଣ୍ଟା ବ୍ଲକ ମଧ୍ୟରେ ଅନୁଷ୍ଟିତ ହୋଇଥିଲା। ପ୍ରଥମେ କପ୍ତିପଦା ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ୱିକେଟ୍ ହରାଇ ୧୧୧ ରନ କରିଥିବାବେଳେ ଖୁଣ୍ଟା ବ୍ଲକ ୬ ୱିକଟେ୍ ହରାଇ ୧୧୫ ରନ୍ କରି ମ୍ୟାଚଟିକୁ ଜିତି ନେଇଥିଲା। ୩ୟ ମ୍ୟାଚଟି ଜିବି ନଗର ଓ ଖୁଣ୍ଟା ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜିବି ନଗର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭୨ ରନ କରିଥିବାବେଳେ ଖୁଣ୍ଟା ୭ ୱିକେଟ୍ ହରାଇ ଏହି ମ୍ୟାଚଟିକୁ ଜିତି ନେଇଥିଲା। ଆଜିର ଖେଳକୁ ଓସିଏ ପେନାଲ ଅମ୍ପାୟାର ଦୀଲ୍ଲିପ କୁମାର ଦାସ, ଅସିତ ପାଲ୍, କୃଷ୍ଣନିଧି ଦେ, ଧନୟ ତ୍ରିପାଠୀ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଦୀପକ ରାଉତ ଓ ଅକ୍ଷୟ ପରମାଣିକ ଏବଂ ବାଞ୍ଛାନିଧି ଦେ ଧାରା ବିବରଣୀ ପ୍ରଦାନ କରିଥିଲେ।