ସାନଯୋବରେ କ୍ରିକେଟ ପ୍ରତିଯୋଗିତା

ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ସାନଯୋବରେ ଜୟ ବଜରଙ୍ଗ କ୍ରିକେଟ୍ କମିଟି ତରଫରୁ ୫ ଦିନିଆ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆଜି ଉଦଘାଟନୀ ଉତ୍ସବରେ ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଠ ବିହାରି ସେଠ୍, ଏସଆଇ ପ୍ରକାଶ ଚନ୍ଦ୍ର ଦଳେଇ, ଅଚ୍ୟୁତାନନ୍ଦ ପ୍ରଧାନ ଅତିଥି ଭାବରେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ଉଦଘାଟନୀ ଦିବସର ପ୍ରଥମ ମ୍ୟାଚରେ ସନଯୋବ ବି ଟିମକୁ ଓ ରେମଜା ଦଳ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ସେହିପରି ଦ୍ୱିତୀୟ ମ୍ୟାଚରେ କର୍ଲାଯୋରି ଦଳ ବୁଢ଼ିପଦର୍ ଦଳକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ତୃତୀୟ ତଥା କ୍ୱାର୍ଟର ଫାଇନାଲ ମ୍ୟାଚରେ ରେମଜା ଦଳ କର୍ଲାଯୋରୀ ଦଳକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଆଜିର ଏହି ପ୍ରତିଯୋଗିତାଗୁଡିକୁ ବିଜୟ କୁମାର ସାହୁ ଓ ମନୋଜ ପ୍ରଧାନ ପରିଚାଳନା କରିଥିବାବେଳେ ତପନ ପ୍ରଧାନ, ଜୁଗେଶ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ପପୁନ ପଣ୍ଡା, ରୀଙ୍କୁ ପ୍ରଧାନ, କମଳ ପ୍ରଧାନ, ଜିତେନ୍ ପଟେଲ, ମହେନ୍ଦ୍ର ପଟେଲ, ମାନସ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।