ଖୋଲିଲା କରତାରପୁର କରିଡ଼ର, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଶକରଗଡ଼,ଏଜେନ୍ସି: ପାକିସ୍ଥାନର ବ୍ଲକ୍ ଶକରଗଡ଼ ସ୍ଥିତ କରତାରପୁରର ଗୁରୁଦ୍ୱାର ଶନିବାର ପୂନର୍ବାର ଖେଲୁଥିବାବେଳେ ଏହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁଭାରମ୍ଭ କରିଛନ୍ତି। ତେବେ ଗୁରୁନାନକ ଦେବ ଜି ତାଙ୍କର ଶେଷ ୧୮ବର୍ଷ କରତାରପୁରରେ ବିତାଇଥିଲେ। ଦୀର୍ଘ ୭୨ବର୍ଷ ଧରି ବନ୍ଦ ରହିଥିବା କରତାରପୁର କରିଡର ଶନିବାର ଗୁରୁ ନାନକ ଦେବ ଜିଙ୍କ ୫୫୦ ଜନ୍ମବର୍ଷ ଅବସରରେ ଖୋଲାଯାଇଛି।

ପୂର୍ବରୁ ଭାରତର ଶ୍ରଦ୍ଧାଳୁମାନେ କଣ୍ଟା ବାଡ଼ ପଛପଟୁରୁ ଦୂରବିକ୍ଷଣ ଯନ୍ତ୍ରଦ୍ୱାରା କରତାରପୁର ସାହେବ ଗୁରୁଦ୍ୱାରାର ଦର୍ଶନ କରୁଥିଲେ। ତେବେ ଆଜି ଏହା ପୂନର୍ବାର ଖୋଲୁଥିବାବେଳେ ଶ୍ରଦ୍ଧାଳୁମାନେ ସେଠାକୁ ଯାଇ ଦର୍ଶନ କରିପାରିବେ। ଏହି ପରିପ୍ରେକ୍ଷୀରେ ଭାରତରୁ ପ୍ରଥମ ପର୍ଯ୍ୟାୟରେ ୪୭୦ ଶ୍ରଦ୍ଧାଳୁ ଯିବାର କାର୍ଯ୍ୟକ୍ରମ ରହିଛି।