ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଦୁଇ ଶିଶୁ ଗୁରୁତର

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଦକ୍ଷିଣ ସାହିରେ ଜନୈକଙ୍କ ଘରେ ବାଣ ତିଆରି ଚାଲିଥିବାବେଳେ ବିସ୍ଫୋରଣ ଘଟି ୨ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୪ବର୍ଷର ଶିଶୁ ପୁତ୍ର ଥିବାବେଳେ ଜଣେ ୫ବର୍ଷୀୟ ଶିଶୁ କନ୍ୟା ଥିଲେ। ସୂଚନା ଅନୁଯାୟୀ ଗତକାଲି ରାତିରେ ଦକ୍ଷିଣ ସାହିରେ ଜଣଙ୍କ ଘରେ ବାଣ ତିଆରି ଚାଲିଥିଲାବେଳେ ସେଠାରେ ୨ ଶିଶୁ ଖେଳୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ମଶାଧୂପରେ ନିଆଁ ଲଗାଇ ବାରୁଦରେ ଲଗାଇଦେଲା। ଫଳରେ ବିସ୍ଫୋରଣ ହୋଇଥିବା ଜଣାଯାଇଛି। ଏଥିରେ ଦୁଇ ଜଣ ଶିଶୁ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।