ବାଛୁରିପଡାରେ ନକଲି ବାଣ କାରଖାନା ଠାବ, ବିପୁଳ ବାରୁଦ ଓ ବାଣ ଜବତ

ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲା ବାଛୁରିପଡା ଅଞ୍ଚଳରେ ଗୁରୁବାର ବୈଶିଙ୍ଗା ପୁଲିସ ବିଭିନ୍ନ ସ୍ଥାନରେ ଥିବା ନକଲି ବାଣ କାରଖାନା ଉପରେ ଚଢ଼ଉ କରିଛି। ଚଢ଼ଉ ସମୟରେ ୧୦୦ କେଜିର ବାରୁଦ ଓ ୧୦୦ କେଜିରୁ ଅଧିକ ଓଡନର ବାଣ ଓ ବାଣ ସାମଗ୍ରୀ ପୁଲିସ ଜବତ କରିଛି।

ଏ ନେଇ ବୈଶିଙ୍ଗା ଥାନାରେ ୬ଜଣ ଅଭିଯୁକ୍ତଙ୍କ ନାମରେ ୬ଟି ମାମଲା ରୁଜୁ କରାଯାଇଛି। ଏଥିନେଇ ୨ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫମାନେ ହେଲେ ବିରେନ କୁମାର ସାହୁ ଓ ଲକ୍ଷ୍ମୀଧର ସାହୁ । ଏମାନଙ୍କୁ ଘରୁ ବେଆଇନ୍ ବାରୁଦ ବସ୍ତା ଓ ଟ୍ରକ୍ ଜବତ କରାଯାଇଥିଲା। ତେବେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।