ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ: ୫ ଗୋରୁ ମୃତ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଧାମନଗର ରାସ୍ତା ଭଣ୍ଡାରୀପଦି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଗୋରୁଙ୍କୁ ରାସ୍ତା ଉପରେ ରଖି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ। ସେପଟେ ଘଟଣାସ୍ଥଳରୁ ଅନ୍ୟ ୨୫ଟି ଗୋରୁ ଉଦ୍ଧାର କରାଯାଇଛି।

ଅଘଟଣ ପରେ ଗାଡ଼ି ଛାଡ଼ି ବେପାରୀ ଓ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ପିକ୍ଅପ୍ ଭ୍ୟାନରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।